heart-attack

ମାନସିକ ଚାପ, ଅବ୍ୟବସ୍ଥିତ ଜୀବନଶୈଳୀ, ଠିକ୍ ଭାବେ ଖାଦ୍ୟ ପେୟ ଗ୍ରହଣ ନ କରିବା ହୃଦଘାତର ଆଶଙ୍କାକୁ ବୃଦ୍ଧି କରିଥାଏ। ତେଣୁ ସମୟ ଥାଉ ଥାଉ ସାବଧାନ ରହିବାର ଆବଶ୍ୟକତା ରହିଛି। ସେହିପରି ନିୟମିତ ବ୍ୟବଧାନରେ ଚେକ୍ଅପ୍ କରିବାର ବି ଆବଶ୍ୟକତା ରହିଛି।

କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ?

-କାମ କରିବା ସମୟରେ ଯଦି ଆପଣଙ୍କୁ ଅଣନିଃଶ୍ୱାସୀ ଲାଗୁଥାଏ, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଉଥାଏ ତା’ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

-ଯଦି ଆପଣଙ୍କର ବୟସ ୩୦ ବର୍ଷରୁ ଅଧିକ ହୋଇଥିବ ତା’ ହେଲେ ନିୟମିତ ଭାବେ ଡାକ୍ତରଙ୍କ ପାଖକୁ ଯାଇ ଚେକ୍ଅପ୍ କରାନ୍ତୁ।

-ସେହିପରି ଯଦି ଜଣେ ସୁସ୍ଥ ବ୍ୟକ୍ତିର ଓଜନ ଅପେକ୍ଷା ଆପଣଙ୍କର ଓଜନ ୧୫-୨୦ କେଜି ଅଧିକ ଅଛି ତା’ ହେଲେ ଏହା ଚିନ୍ତାଜନକ ବିଷୟ।

-ଯଦି ଆପଣଙ୍କୁ ମଧୁମେହ, କୋଲେଷ୍ଟେରୋଲ୍ ବା ଅନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି ତା’ ହେଲେ ବାରମ୍ବାର ସେସବୁର ସ୍ତରକୁ ପରୀକ୍ଷା କରାନ୍ତୁ।

-ଅଫିସରେ କାମର ଚାପ ଥିଲେ, ପେଟରେ ଚର୍ବି ଅଧିକ ଜମା ହୋଇଥିଲେ, ଅଣ୍ଟାର ଚଉଡ଼ା ୬୦ ସେମିରୁ ଅଧିକ ଥିଲେ ଓଜନ କମାଇବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ମାନସିକ ଚାପ ହେଉଛି ହୃଦଘାତର ପ୍ରମୁଖ କାରଣ। ତେଣୁ ଏହାକୁ ଦୂରେଇ ରଖିବାକୁ ଉଦ୍ୟମ କରନ୍ତୁ। ମହିଳମାନେ ହରମୋନ୍ ରିପ୍ଲେସମେଣ୍ଟ ଥେରାପି ନେଉଥିଲେ ତାର ବିପଦ ସଂପର୍କରେ ଡାକ୍ତରଙ୍କୁ ପଚାରି ବୁଝିବା ଆବଶ୍ୟକ। ଶରୀରର ଓଜନକୁ ନିଜ ନିୟନ୍ତ୍ରଣ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ। ୨ଡି ଇକୋ, ଲିପିଡ୍ ପ୍ରୋଫାଇଲ, ମଧୁମେହ ଇତ୍ୟାଦିକୁ ବାରମ୍ବାର ପରୀକ୍ଷା କରାନ୍ତୁ। କେତେକ ସମୟରେ ହୃଦ୍ଘାତର ଲକ୍ଷଣ ଗ୍ୟାସ ଭଳି ହୋଇଥାଏ। ଏପରିସ୍ଥଳେ ତାକୁ ହାଲ୍କା ଭାବେ ନ ନେଇ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଯଦି କିଛି ବ୍ଲକେଜ୍ ଥିବ ତା’ ହେଲେ ସେମାନେ ତାକୁ ତୁରନ୍ତ କ୍ଲିଅର କରିଦେବେ।