ଅଧିକ ପଢ଼ନ୍ତୁ: ଦାନ୍ତରୁ ରକ୍ତ ବାହାରୁଛି କି? ହୋଇପାରେ ପାଇରିଆ

କିଛି ଥଣ୍ଡା କିମ୍ବା ଗରମ ଖାଇବା ଦ୍ୱାରା ଦାନ୍ତରେ ଝିମ୍‌ଝିମ୍‌ ହେଉଛି କି? ଏହାକୁ ସମ୍ବେଦନଶୀଳ ଦାନ୍ତ ସମସ୍ୟା(Sensitive Teeth) ବୋଲି କହିଥାଉ। ଦାନ୍ତ ଝିମ୍‌ଝିମ୍‌ ହେବା ଏକ ସାଧାରଣ ସମସ୍ୟା। କିଛି ଅତି ଥଣ୍ଡା କିମ୍ବା ଅତି ଗରମ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତ ଓ ମାଢ଼ିରେ ଝିମ୍‌ଝିମ୍‌ ଭଳି ହୋଇଥାଏ। ଏହି ଝିମ୍‌ଝିମ୍‌ ଅଳ୍ପ ସମୟ ପାଇଁ ହୋଇଥାଏ।

ଦାନ୍ତର ଏନାମେଲ ନଷ୍ଟ ହୋଇଗଲେ ଦାନ୍ତର ଡେଣ୍ଟିନ୍‌ ବାହାର ତାପମାତ୍ରା ସଂସ୍ପର୍ଶରେ ଆସିଥାଏ ଫଳରେ ଦାନ୍ତରେ ଝିମ୍‌ଝିମ୍‌ ଭଳି ଲାଗିଥାଏ। ଏହାଛଡ଼ା ଅଧିକ ଟାଣ ବ୍ରସ୍‌ରେ ଦାନ୍ତ ଘଷିବା ଯୋଗୁଁ ଦାନ୍ତମାଢ଼ିର ଉପରି ଭାଗ ନଷ୍ଟ ହୋଇଯାଏ, ଯାହାକି ଦାନ୍ତରେ ଝିମ୍‌ଝିମ୍‌ କରାଇଥାଏ।

ଅଧିକ ଦିନ ଧରି ଦାନ୍ତ ଝିମ୍‌ଝିମ୍‌ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଦାନ୍ତ ଝିମ୍‌ଝିମ୍‌ ହେବା ସମସ୍ୟାକୁ କେମିତି ରୋକିବେ?

ସବୁବେଳେ ନରମ ଟୁଥ୍‌ବ୍ରସ୍‌ ବ୍ୟବହାର କରନ୍ତୁ, ଏହାଦ୍ୱାରା ଦାନ୍ତ କ୍ଷୟ ହୋଇନଥାଏ।

ଦାନ୍ତ ଘଷିବା ବେଳେ ଅଧିକ ଚାପ ଦେଇ ଦାନ୍ତକୁ ଘଷନ୍ତୁ ନାହିଁ।

ଅମ୍ଳ ଜାତୀୟ ଖାଦ୍ୟ ପଦାର୍ଥ ସେବନ କରନ୍ତୁ ନାହିଁ।

ଗୁଟ୍‌ଖା ଚୋବାନ୍ତୁ ନାହିଁ। କାରଣ ଗୁଟ୍‌ଖା ଖାଇବା ଦ୍ୱାରା ମାଢ଼ି ଢିଲା ହୋଇଯାଏ।

ଦିନକୁ ଦୁଇଥର ବ୍ରସ୍‌ କରନ୍ତୁ ଏବଂ କୁଳକୁଜା କରନ୍ତୁ।

ଅଧିକ ପଢ଼ନ୍ତୁ: ଦାନ୍ତରୁ ରକ୍ତ ବାହାରୁଛି କି? ହୋଇପାରେ ପାଇରିଆ