baby brushing teeth

ରାତିରେ ଖାଇସାରିବା ପରେ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ସୁସ୍ଥ ଓ ଭଲ ରହିଥାଏ।

ଆମ ପାଟିରୁ ହିଁ ଆମ ସ୍ୱାସ୍ଥ୍ୟ ନିର୍ଭର କରୁଛି। କାରଣ ଆମେ ଆମ ପାଟି ବାଟେ ହିଁ ଜୀବାଣୁକୁ ରୋକିପାରିବା ଏବଂ ସୃଷ୍ଟି ମଧ୍ୟ କରିପାରିବା। ଦାନ୍ତ ଓ ମାଢ଼ି ଯେତିକି ପରିଷ୍କାର ରହିବ, ସେତିକି କମ୍‌ ଜୀବାଣୁ ହେବେ। ଦାନ୍ତରେ ଜୀବାଣୁ କମ୍‌ ହେଲେ ଦାନ୍ତ ମଜଭୁତ ଏବସ ସୁସ୍ଥ ରହିବ। କାରଣ ଦାନ୍ତ ମଜଭୁତ ରହିଲେ, ଖାଦ୍ୟ ଭଲ କରି ଚୋବାଇ ଖାଇପାରିବେ।

ଯେଉଁ ଖାଦ୍ୟ ଖାଉଛେ, ତା’ର କଣିକାଗୁଡ଼ିକ ଦାନ୍ତ ସନ୍ଧିରେ ରହିଯାଆନ୍ତି। ଏହା ରହି ରହି ଜୀବାଣୁ ସୃଷ୍ଟି ହୋଇଥାଏ। ଏହାପରେ ଦାନ୍ତରେ କ୍ୟାଭିଟି, ଦାନ୍ତରୁ ରକ୍ତ ବାହାରିବା, ଦାନ୍ତ ବିନ୍ଧିବା କିମ୍ବା ପାଟିରୁ ଦୁର୍ଗନ୍ଧ ବାହାରିଥାଏ।

ସାଧାରଣତଃ ରାତି ସମୟରେ ଜୀବାଣୁମାନେ ଦାନ୍ତ ଓ ମାଢ଼ିରେ ସୃଷ୍ଟି ହୋଇଥାଆନ୍ତି। ଯଦି ରାତିରେ ଦାନ୍ତ ଘଷି କୁଳକୁଜା କରି ଶୋଇବେ, ତେବେ ଜୀବାଣୁ ସୃଷ୍ଟି ହେବେ ନାହିଁ ଓ ଦାନ୍ତ ପରିଷ୍କାର ରହିବ।

ବର୍ତ୍ତମାନ, ଯଦି ଆପଣ ରାତିରେ ଦାନ୍ତ ଘଷୁ ନାହାଁନ୍ତି, ଏବଂ ଶୋଇବାକୁ ଯାଉଛନ୍ତି, ତେବେ ପ୍ଲେକ୍ ଦାନ୍ତ ଉପରେ ଜମାଟ ବାନ୍ଧିବା ଏବଂ ମୋଟା ହେବା ଆରମ୍ଭ କରେ। ଏହାପରେ ଦାନ୍ତ ଚିକିତ୍ସକଙ୍କ ପାଖକୁ ଯାଇ ଦାନ୍ତ ସଫା କରିବାକୁ ହୋଇଥାଏ।

ରାତିରେ ଦାନ୍ତ ଘଷିବାର ଫାଇଦା

ରାତିରେ ଦାନ୍ତ ଘଷିବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ଆସେ ନାହିଁ। ପ୍ରତ୍ୟେହ ରାତିରେ ଦାନ୍ତ ନ ଘଷିଲେ ପ୍ରତ୍ୟେକ ଦିନର ଖାଦ୍ୟ କଣିକାଗୁଡ଼ିକ ଦାନ୍ତରେ ରହି ରହି ଜୀବାଣୁ ସୃଷ୍ଟି ହୋଇଥାଏ, ଯାହାକି ଦାନ୍ତ କ୍ଷୟ କରିଥାଏ।

ପ୍ରତ୍ୟେହ ରାତିରେ ଦାନ୍ତ ଘଷିଲେ ଦାନ୍ତରେ ପ୍ଲେକ୍‌ ତିଆରି ହୋଇନଥାଏ। ପ୍ଲେକ୍‌ ହେଉଛି ହଳଦିଆ ରଙ୍ଗର ପଦାର୍ଥ, ଯାହା ଦାନ୍ତରେ ଲାଗି ରହିଯାଏ।