କିଶୋରୀ ଅବସ୍ଥାରେ ଆସୁଥିବା ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ବାବଦରେ ଆସନ୍ତୁ ଜାଣିବା।
ଅଧିକ ପଢ଼ନ୍ତୁ: ମହିଳାମାନେ ନିୟମିତ ବ୍ୟବଧାନରେ କରନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷା
ସାଧାରଣତଃ ମହିଳାମାନଙ୍କର ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଶାରୀରିକ ଗଠନରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଝିଅମାନଙ୍କର ୧୧ବର୍ଷ ବେଳକୁ ଧୀରେ ଧୀରେ ପରିବର୍ତ୍ତନ ହେବା ହୋଇଥାଏ। ମାତ୍ର କେତେକ ସ୍ଥାନରେ ଝିଅର ଋତୁସ୍ରାବ ଆରମ୍ଭ ସମୟଠାରୁ କିଶୋରୀ ଅବସ୍ଥା ଆରମ୍ଭ ବୋଲି ମତ ରହିଛି। କେବଳ ଶାରୀରିକ ପରିବର୍ତ୍ତନ ନୁହେଁ ମାନସିକ ସ୍ତରରେ ମଧ୍ୟ କିଛି ଟା ପରିବର୍ତ୍ତନ ଆସିଥାଏ। ଏହି ସମୟରେ ସେମାନେ ନିଜ ଶରୀରକୁ ନେଇ ବାହାରକୁ ଯିବା ପାଇଁ ସଙ୍କୋଚ ଅନୁଭବ କରିଥାନ୍ତି। ପରନ୍ତୁ ଏହି ପରିବର୍ତ୍ତନକୁ ନେଇ କୌଣସି ଅବହେଳା କରିବା ଫଳରେ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ।
ସବୁ ମାସରେ ଋତୁସ୍ରାବ ଆରମ୍ଭ ହୋଇଥାଏ।
ଏହି ସମୟରେ ଓଜନ ଉପରେ ନିୟନ୍ତ୍ରଣ ରହେ ନାହିଁ।
କେହି କେହି ଅଧିକ ମୋଟା କିମ୍ବା ପତଳା ହୋଇଯାଆନ୍ତି।
ସ୍ତନର ଆକାର ବୃଦ୍ଧି ହୋଇଥାଏ।
ମୁହଁରେ ବ୍ରଣ ହେବା ଆରମ୍ଭ ହୋଇଥାଏ।
ଯୌନାଙ୍ଗର ଆକାର ପରିବର୍ତ୍ତନ
କାଖ ଏବଂ ଗୁପ୍ତାଙ୍ଗରେ କେଶ ଦେଖାଯାଇଥାଏ।
ଅଣ୍ଟା ମାଂସପେଶୀ ମୋଟା ଦେଖା ଯାଇଥାଏ।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାର ପ୍ରଥମ ମାସରେ ଜାଣନ୍ତୁ ମହିଳାଙ୍କ ଶାରୀରିକ ପରିବର୍ତ୍ତନ
ମାନସିକ ସ୍ତରରେ ପରିବର୍ତ୍ତନ
ସମାନ ବୟସର ପୁଅ ପିଲାଙ୍କ ପ୍ରତି ଆଗ୍ରହ ଜନ୍ମି ଥାଏ।
ବିଭିନ୍ନ ଖାଦ୍ୟ ବିଶେଷ କରି ଖଟା ଜାତୀୟ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ।
ନିଜକୁ ସମସ୍ତଙ୍କଠାରୁ ସୁନ୍ଦର ଦେଖାଇବା ନିଶାରେ ବାରମ୍ବାର ମିରର ସାମ୍ନାରେ ନିଜକୁ ଦେଖିଥାନ୍ତି।
ଅଧିକ ସମୟ ଶୋଇବାକୁ ଇଚ୍ଛା କରିଥାନ୍ତି।
ଅଧିକାଂଶ ସମୟରେ ଚୁପଚାପ ରହିବାକୁ ପସନ୍ଦ କରିଥାନ୍ତି।
କୌଣସି କଥା ବାରଣ କଲେ ରାଗ ଏବଂ ବରକ୍ତିଭାବ ପ୍ରକାଶ କରନ୍ତି।
ଅଧିକ ସମୟ ଭୋକ ଲାଗିଥାଏ।
ମଝିରେ ମଝିରେ ମୁଣ୍ଡ ବିନ୍ଧିବା ବା ପେଟ କାଟିଥାଏ।
ସାଙ୍ଗସାଥିଙ୍କ ମେଳରେ ରହିବାକୁ ପସନ୍ଦ କରିଥାନ୍ତି।
ଲଜ୍ୟା ଏବଂ ସଙ୍କୋଚ ଭାବ ପ୍ରକାଶ କରିଥାଏ।
ଅଧିକ ପଢ଼ନ୍ତୁ: ଶେଷ ତ୍ରୟମାସରେ ଗର୍ଭବତୀ ମା’ର ଶରୀରରେ ପରିବର୍ତ୍ତନ ଓ ଯତ୍ନ
ଶାରୀରିକ ପରିବର୍ତ୍ତନ
କିଶୋରୀ ଅବସ୍ଥା ଆରମ୍ଭରେ ଝିଅମାନଙ୍କ ଶରୀରରେ ଥିବା କେତେକ ହରମୋନ ପ୍ରଭାବରେ ଅନେକ ଶାରୀରିକ ପରିବର୍ତ୍ତନ ହୋଇଥାଏ। ମୁଖ୍ୟତଃ ସେମାନଙ୍କ ସ୍ତନ ଏବଂ ଗୁପ୍ତାଙ୍ଗରେ ଅଧିକ ପରିବର୍ତ୍ତନ ଦେଖାଦେଇଥାଏ।
କିଶୋରୀମାନଙ୍କର ଭାଜିନାଲ ଅଂଶରେ ପରିବର୍ତ୍ତନ ଦେଖାଦେଇଥାଏ। ମହିଳାମାନଙ୍କର ବାହ୍ୟ ଯୌନାଙ୍ଗକୁ ଯୋନି କୁହାଯାଏ। ପରିସ୍ରା ଦ୍ଵାର ଏବଂ ମଳ ଦ୍ଵାର ମଝିରେ ଥିବା ଦ୍ଵାରକୁ ଯୋନିଦ୍ଵାର କୁହାଯାଏ ଏହା ଗର୍ଭାଶୟର ମୁଖ ସହ ଜଡ଼ିତ।
ସ୍ତନର ଆକାର ବୃଦ୍ଧି ହୋଇଥାଏ। ଶାରୀରିକ ଗଠନ ଉପରେ ସ୍ତନର ଆକାର ନିର୍ଭର କରିଥାଏ। ସ୍ତନର ଅଗ୍ରଭାଗରେ ଥିବା ନିପଲ ମଧ୍ୟ ବୃଦ୍ଧି ହୋଇଥାଏ।
ତଳ ପେଟର ମାଂସପେଶୀ ବଢ଼ିବାରେ ଲାଗିଥାଏ।
ସେମାନଙ୍କ ନଖ ଏବଂ ମୁଣ୍ଡର ବାଳ ବୃଦ୍ଧି ହୋଇଥାଏ।
ଝିଅମାନଙ୍କର ଜଙ୍ଘ ମାଂସ ଏବଂ ପଛ ମାଂସପେଶୀ ବଢ଼ିଥାଏ।