ଗର୍ଭଧାରଣର ପ୍ରଥମ ମାସରେ ଶରୀରରେ ଦେଖାଯାଉଥିବା ପରିବର୍ତ୍ତନ ଏବଂ ଶିଶୁର ବିକାଶ ବାବଦରେ ଆସନ୍ତୁ ଜାଣିବା।

 first month of pregnancyଗର୍ଭଧାରଣର ପ୍ରଥମ ମାସରେ ଶିଶୁ ବାବଦରେ ବିଶେଷ କିଛି ଜଣାପଡ଼ିନଥାଏ। ଖାଲି ସେତିକି ନୁହେଁ ଅଧିକାଂଶ ମହିଳା ଗର୍ଭବତୀ ଅଛନ୍ତି କି ନାହିଁ ଜାଣିପାରନ୍ତି ନାହିଁ। ପ୍ରଥମ ଦୁଇ ସପ୍ତାହରେ ମହିଳାମାନେ ନିଶ୍ଚିତ ଭାବେ ଗର୍ଭଧାରଣ ବିଷୟରେ ଜାଣିପାରି ନଥାନ୍ତି।

ଗର୍ଭାବସ୍ଥାର ଆରମ୍ଭରେ ଦେଖାଯାଉଥିବା ଶାରୀରିକ ପରିବର୍ତ୍ତନ

ମହିଳାମାନେ ଗର୍ଭଧାରଣ କଲେ ସେମାନଙ୍କ ଋତୁସ୍ରାବ ବନ୍ଦ ହୋଇଯାଇଥାଏ।

ବାନ୍ତି ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି।

ଶରୀରର ଇଣ୍ଟରନାଲ ବ୍ଲିଡିଙ୍ଗ ହୋଇଥାଏ।

ଦୁର୍ବଳତା ଏବଂ ଥକ୍କାପଣ ଅନୁଭବ ହୋଇଥାଏ।

ମନୋଭାବର ପରିବର୍ତ୍ତନ ହୋଇଥାଏ।

ଗୋଡ଼ ହାତ ଏବଂ ଅଣ୍ଟା ବ୍ୟଥା ହୋଇଥାଏ।

ପାଦ ଫୁଲିଯାଇଥାଏ।

କିଛି ମହିଳାମାନେ ନିଜ ଗର୍ଭାବସ୍ଥାକୁ ନେଇ ନିଶ୍ଚିତ ଥାଆନ୍ତି। ଆଉ କିଛି ମହିଳା ପ୍ରଥମ ମାସ ଶେଷ ବେଳକୁ ଗର୍ଭବତୀ ଅଛନ୍ତି ବୋଲି ଜାଣିପାରନ୍ତି। ଏହା ପ୍ରତ୍ୟେକ ମହିଳାଙ୍କ ଶରୀରର ଗଠନ ଏବଂ କାର୍ଯ୍ୟ ଅଲଗା ଅଲଗା ହେବା ଯୋଗୁଁ ହୋଇଥାଏ।

 first month of pregnancyପ୍ରଥମ ମାସରେ ନିଅନ୍ତୁ ଏହି ସବୁ ସର୍ତକତା

ପ୍ରଥମ କିଛି ସପ୍ତାହ ଶିଶୁ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସମୟରେ ଅନେକ ମହିଳା ନିଜର ଗର୍ଭାବସ୍ଥା ବାବଦରେ ଜାଣିପାରିନଥାନ୍ତି। ତେଣୁ ସେମାନେ ଏପରି କିଛି ଖାଦ୍ୟ ଖାଇଦେଇଥାନ୍ତି ଯାହା ଗର୍ଭପାତର ଆଶଙ୍କା ବୃଦ୍ଧି କରିଥାଏ।

ଏହି ସମୟରେ ମହିଳାମାନଙ୍କୁ ମଲ୍ଟି ଭିଟାମିନ ବା ଆଇରନ ବଟିକା, ଫୋଲିକ ଏସିଡ ଥିବା ଭିଟାମିନ ଖାଇବାକୁ ଦିଆଯାଇଥାଏ।

ଫୋଲିକ ଏସିଡ ଶିଶୁର ସ୍ପାଇନା ବିଫିଡା ବା ମେରୁଦଣ୍ଡ ଏବଂ ଅନ୍ୟାନ୍ୟ ସ୍ନାୟୁ ଟ୍ୟୁବର ଅନାବଶ୍ୟକ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ।

ଶିଶୁର ମସ୍ତିଷ୍କ, ହାର୍ଟ ଏବଂ ଆଖି ବିକାଶ ପାଇଁ ଓମେଗା-୩ ମଧ୍ୟ ମହିଳାମାନଙ୍କୁ ଦିଆଯାଇଥାଏ।

ଗର୍ଭବସ୍ଥା ଆରମ୍ଭରୁ ମହିଳାମାନଙ୍କୁ ନିଶାଦ୍ରବ୍ୟ ଏବଂ ଧୂମ୍ରପାନ ସେବନ କରିବାକୁ ବାରଣ କରାଯାଇଥାଏ।

ଜ୍ୱର, ପେଟ ଗ୍ୟାସ କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଦେଲେ ମେଡିସିନ ଖାଇବାକୁ ମନା କରାଯାଇଥାଏ। କାରଣ ଏହି ସବୁ ମେଡିସିନ ଯୋଗୁଁ ଶିଶୁ ନଷ୍ଟ ହୋଇଯିବାର ଆଶଙ୍କା ଥାଏ।

କୌଣସି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଶରୀରର ତାପମାତ୍ରା ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ହାର୍ଟ ଜନିତ ସମସ୍ୟାରେ ଆକ୍ରାନ୍ତ ମହିଳାମାନେ ଗର୍ଭଧାରଣର ପ୍ରଥମ ମାସରୁ ବିଶେଷ ଯତ୍ନବାନ ହେବା ଉଚିତ।

ଅଧିକ ପଢ଼ନ୍ତୁ:

ଶେଷ ତ୍ରୟମାସରେ ଗର୍ଭବତୀ ମା’ର ଶରୀରରେ ପରିବର୍ତ୍ତନ ଓ ଯତ୍ନ
କରୋନା ସମୟରେ ଗର୍ଭବତୀ ମହିଳା କେମିତି ରହିବେ ସୁରକ୍ଷିତ? – କ’ଣ କହୁଛନ୍ତି ଡାକ୍ତର ସୁଜାତା କର