ସାଧାରଣତଃ ଡିମେନସିଆ ରୋଗୀ ସବୁ କଥା ଭୁଲି ଯାଆନ୍ତି। ତେବେ କାହିଁକି ହୋଇଥାଏ ଡିମେନସିଆ ରୋଗ? ନିଜର ସ୍ମୃତି ଶକ୍ତି କିପରି ବଢ଼ାଇବେ? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Dr Samrat kar on Dimentia or memory loss)
ଡିମେନସିଆ ହେଉଛି ଏକ ମାନସିକ ସମସ୍ୟା। ଅନେକ ଲୋକଙ୍କର ସବୁ କଥା ମନେ ରୁହେ ନାହିଁ। ଔଷଧ ମାଧ୍ୟମରେ ଏପରି ସମସ୍ୟା ସମାଧାନ ହୋଇଯିବ ବୋଲି ଅଧିକାଂଶ ଚିନ୍ତା କରନ୍ତି। ମସ୍ତିଷ୍କରେ ଥିବା ହିପୋକାମ୍ପସ ଯୋଗୁଁ ବ୍ୟକ୍ତି ସମସ୍ତ କଥା ମନେ ରଖିପାରିଥାଏ। କିନ୍ତୁ ଏହି ହିପୋକାମ୍ପସ ମସ୍ତିଷ୍କରୁ ଶୁଖିଗଲେ ବ୍ୟକ୍ତିର ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼େ। ଫଳରେ ସେ କୌଣସି କଥା ମନେ ରଖିପାରିନଥାଏ। ମାତ୍ର ସାଧାରଣ କଥା ଭୁଲିଯିବା ଏବଂ ଡିମେନସିଆ ରୋଗ ମଧ୍ୟରେ ଅନେକ ପ୍ରଭେଦ ରହିଛି। ଜଣେ ବ୍ୟକ୍ତି କୌଣସି କଥା ମନେ ରଖିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ମନେ ରଖିପାରୁନାହାନ୍ତି ତେବେ ଏହା ହେଉଛି ଡିମେନସିଆର ଲକ୍ଷଣ।
ଡିମେନସିଆ ରୋଗ କ’ଣ? (What is Dimentia in odia)
ଡିମେନସିଆ ରୋଗରେ ସ୍ମରଣ ଶକ୍ତି ଧୀରେ ଧିରେ ହ୍ରାସ ପାଇଥାଏ। ପ୍ରାୟତଃ ଯୁବପିଢ଼ିମାନଙ୍କ ପାଖରେ ଅତି କମ ମାତ୍ରାରେ ଦେଖିବାକୁ ମିଳିଥାଏ। ୨ ରୁ ୩ ପ୍ରତିଶତ ଲୋକଙ୍କୁ ଏହି ରୋଗ ହେବାର ଆଶଙ୍କା ରହିଛି। ଵିଶେଷ କରି ୬୫ ବର୍ଷ ବୟସର ଲୋକଙ୍କ ନିକଟରେ ଏହି ରୋଗ ଅଧିକ ଦେଖାଯାଇଥାଏ। ଏହି ବୟସରେ ଦେଖାଯାଉଥିବା ଡିମେନସିଆକୁ ଅଲଝାଇମର ଡିମେନସିଆ କୁହାଯାଏ।
ଡିମେନସିଆ ରୋଗର ବିଭିନ୍ନ ଷ୍ଟେଜ(Different stages of Dimentia in odia)
ଡିମେନସିଆ ରୋଗର ବିଭିନ୍ନ ଷ୍ଟେଜ ରହିଛି। ଏସବୁ ଷ୍ଟେଜ ବାବଦରେ ଜାଣିବା ନିହାତି ଜରୁରୀ।
ନୋ ଡିମେନସିଆ- ଏହି ଷ୍ଟେଜରେ କୌଣସି ଭାବେ ବ୍ୟକ୍ତିର ସ୍ମୃତି ଶକ୍ତି ହ୍ରାସ ପାଇନଥାଏ।
ମାଇଲ୍ଡ ଡିମେନସିଆ- ଏହି ଷ୍ଟେଜରେ ବ୍ୟକ୍ତି କିଛି କିଛି କଥା ଭୁଲିବା ଆରମ୍ଭ କରିଥାଏ।
ମୋଡେରେଟ ଡିମେନସିଆ- ଏହି ଷ୍ଟେଜରେ ବ୍ୟକ୍ତି ଅଧିକ କଥା ମନେ ରଖିପାରିନଥାଏ। ଏହି ଷ୍ଟେଜରେ ପୀଡ଼ିତ ବ୍ୟକ୍ତିମାନେ ପ୍ରଥମେ ପ୍ରଥମେ ଘରର ସଦସ୍ୟଙ୍କ ନାମ ଅନ୍ୟାନ୍ୟ କଥା ମନେ ରଖିପାରିନଥାନ୍ତି। ସାଧାରଣତଃ ବାଣିଜ୍ୟ ବ୍ୟବସାୟ ସହ ଜଡ଼ିତ ଲୋକମାନଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ।
ସିଭିୟର ଡିମେନସିଆ- ଅଧିକାଂଶ ବୟସ୍କ ଲୋକ ବା ଚାକିରୀରୁ ଅବସର ନେଇଥିବା ବ୍ୟକ୍ତିଙ୍କ ନିକଟରେ ଏହି ସମସ୍ୟା ଦେଖାଯାଇଥାଏ। ଖାଇ ସାରିବା ପରେ ପାଟିରୁ ଖାଦ୍ୟ ବାହାରି ଆସିବା ଏବଂ ନିଜ ପୋଷାକ ପତ୍ର ଉପରେ ସଂଯମ ନ ରହିବା ଭଳି ଲକ୍ଷଣମାନ ସିଭିୟର ଡିମେନସିଆରେ ଦେଖାଯାଇଥାଏ।
ଡିମେନସିଆ ରୋଗର କାରଣ (Causes of Dimentia in odia)
ଡିମେନସିଆ ରୋଗ ବଂଶାନୁକ୍ରମିକ ହୋଇଥାଇପାରେ।
ମସ୍ତିଷ୍କରେ ବିଭିନ୍ନ ପ୍ରକାର ଚାପ ଯୋଗୁଁ ଡିମେନସିଆ ରୋଗ ହୋଇଥାଏ।
ବୟସ ଅଧିକ ହେବା କାରଣରୁ ବ୍ୟକ୍ତି ଧୀରେ ଧୀରେ ସମସ୍ତ କଥା ଭୁଲିବା ଆରମ୍ଭ କରିଥାନ୍ତି।
ଅତ୍ୟଧିକ ନିଶା ସେବନ ଡିମେନସିଆ ରୋଗର କାରଣ ହୋଇଥାଇପାରେ।
ମୁଣ୍ଡରେ ଟ୍ୟୁମର ହେଲେ ସ୍ମୃତି ଶକ୍ତି ହ୍ରାସ ପାଇଥାଏ।
କ୍ୟାନ୍ସର ହେଲେ ସ୍ମରଣ ଶକ୍ତି ଧୀରେ ଧୀରେ କମ ହୋଇଯାଏ।
ମୁଣ୍ଡରେ କୌଣସି ଆଘାତ ବାଜିଲେ ସ୍ମରଣ ଶକ୍ତି ହ୍ରାସ ପାଇଥାଏ।
କୌଣସି ସଂକ୍ରମଣ ଡିମେନସିଆର କାରଣ ହୋଇପାରେ।
ଥାଆମିନ ଅଭାବରେ ଡିମେନସିଆ ରୋଗ ହୋଇଥାଏ।
ଥାଇରଏଡ଼ ଅଭାବରେ ମଧ୍ୟ ଡିମେନସିଆ ରୋଗ ହେବାର ଆଶଙ୍କା ରହିଛି।
କେମିତି କରିବେ ଡିମେନସିଆ ରୋଗର ପରୀକ୍ଷା? (How to test for Dimentia in odia)
ଜଣେ ବ୍ୟକ୍ତି ଚାହିଁଲେ ନିଜର ସ୍ମୃତି ଶକ୍ତି ପରୀକ୍ଷା ନିଜେ କରିପାରିବ। ଯଦି ଘରର କୌଣସି ସଦସ୍ୟଙ୍କ ନିକଟରେ ଏଭଳି ସମସ୍ୟା ଦେଖା ଯାଉଛି ତେବେ ପ୍ରଥମେ ସେମାନଙ୍କୁ ଘରର ଅନ୍ୟ ସଦସ୍ୟଙ୍କ ବାବଦରେ ପ୍ରଶ୍ନ କରନ୍ତୁ। ସେମାନଙ୍କ ଦୈନନ୍ଦିନ ଜୀବନ ଶୈଳୀ ବିଷୟରେ ବିଭିନ୍ନ କଥା ପଚାରନ୍ତୁ। ସେମାନଙ୍କୁ ବର୍ତ୍ତମାନର ବର୍ଷ, ମାସ ଏବଂ ବାର ବାବଦରେ ମଧ୍ୟ ପଚାରି ପାରିବେ। ସିଟି ସ୍କାନ ଏବଂ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଡିମେନସିଆ ରୋଗ ସମ୍ବନ୍ଧରେ ଜଣା ପଡ଼ିଥାଏ।
ଡିମେନସିଆ ରୋଗର ଚିକିତ୍ସା (Treatment of Dimentia in odia)
ଔଷଧ ମଧ୍ୟମରେ ଡିମେନସିଆ ରୋଗର ଚିକିତ୍ସା ସମ୍ଭବ ହୋଇଥାଏ। ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ନ କରିଲେ ଏହି ସମସ୍ୟା ଜଟିଳ ହୋଇପଡ଼େ। ତେଣୁ ରୋଗର ଆରମ୍ଭରୁ ଚିକିତ୍ସା କରାଇନେବା ଭଲ। ଡିମେନସିଆ ରୋଗ ପ୍ରଭାବରେ ବ୍ୟକ୍ତି ପାଟି ତୁଣ୍ଡ, ସନ୍ଦେହ କରିବା ଏବଂ ଅନ୍ୟାନ୍ୟ ହଇରାଣ ହରକତ ମଧ୍ୟ କରିଥାନ୍ତି। ଏସବୁର ସମାଧାନ ପାଇଁ ଡାକ୍ତର ଔଷଧ ମଧ୍ୟ ଦେଇଥାନ୍ତି।
ଡିମେନସିଆ ରୋଗୀ ପ୍ରତି ପରିବାର ଲୋକଙ୍କ କର୍ତ୍ତବ୍ୟ (duties of family member for patients with Dimentia in odia)
ଡିମେନସିଆ ରୋଗୀମାନଙ୍କର ଯତ୍ନ ନେବା ଜରୁରୀ। ଏହି ସମୟରେ ସେମାନେ ନିଜ ଖାଇବା ପିଇବା ବାବଦରେ ମନେ ରଖିପାରନ୍ତି ନାହିଁ। ତେଣୁ ସେସବୁ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହି ରୋଗରେ ଶିକାର ବ୍ୟକ୍ତିମାନଙ୍କୁ ତରଳ ଖାଦ୍ୟ ଖୁଆଇବା ଉଚିତ। ନଚେତ ସେମାନଙ୍କ ତଣ୍ଟିରେ ଖାଦ୍ୟ ଲାଗିଯାଇ ସମସ୍ୟା ସୃଷ୍ଟି କରିଥାଏ। ସେମାନଙ୍କ ଲୁଗାପଟା ପ୍ରତି ବିଶେଷ ଯତ୍ନବାନ ହେବା ଦରକାର। ବାଥରୁମ ବାବଦରେ ସେମାନଙ୍କୁ ବାରମ୍ବାର ମନେ ପକାଇ ଦେବା ଉଚିତ। ବାଥରୁମର ଚଟାଣ ଯେପରି ଚିକ୍କଣ ହୋଇନଥିବ ସେନେଇ ଵିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।
ଡିମେନସିଆ ରୋଗରେ ଆକ୍ରାନ୍ତ ବ୍ୟକ୍ତି ରହୁଥିବା ଘର ଭିତରେ ଘଣ୍ଟା ରଖନ୍ତୁ। ଏପରି କରିବା ଫଳରେ ସମୟ ବାବଦରେ ସେମାନେ ଅବଗତ ହୋଇପାରନ୍ତି। ଯେତେସମ୍ଭବ ସେମାନଙ୍କୁ ରୁଟିନ ଅନୁସାରେ କାମ କରିବାକୁ ଉତ୍ସାହିତ କରନ୍ତୁ। ସମୟ ବାହାର କରି ସେମାନଙ୍କ ସହ ମିଶିବା ଏବଂ କଥାବାର୍ତ୍ତା କରିବା ଜରୁରୀ। ଶାରୀରିକ ବ୍ୟାୟାମ କରିବାକୁ କୁହନ୍ତୁ। ପୁରୁଣା ଦିନର ଫଟୋ ଦେଖାଇ ଚିହ୍ନିବାକୁ ଚେଷ୍ଟା କରାନ୍ତୁ। ସେମାନଙ୍କ ଉପରେ ବିରକ୍ତି ଭାବ ପ୍ରକାଶ ନକରି ଭଲରେ ସବୁ କଥା ବୁଝାନ୍ତୁ।
କେମିତି ବଢ଼ିବ ସ୍ମୃତି ଶକ୍ତି? (How to increase memory power)
ସମସ୍ତ କଥା କିମ୍ବା ପାଠ ଧ୍ୟାନ ଦେଇ ପଢ଼ିଲେ ପାଠ ମନେ ରହିପାରିବ।
ପଢ଼ି ସାରିବା ପରେ ବାରମ୍ବାର ଲେଖିବା ଦ୍ୱାରା ପାଠ ମନେ ରହିଥାଏ। ଲେଖିସାରିବା ପରେ ବାରମ୍ବାର ମନେ ପକାଇବାକୁ ଚେଷ୍ଟା କରିବା ଦ୍ୱାରା ପାଠ ମନେ ରହିଥାଏ।
ସାଙ୍ଗସାଥୀଙ୍କ ସହ ଆଲୋଚନା କରିବା ଫଳରେ ପାଠ ମନେ ରହିଥାଏ।
ନିଜର ପଞ୍ଚ ଇନ୍ଦ୍ରିୟ ସକ୍ରିୟ କରିବାକୁ ଚେଷ୍ଟା କରନ୍ତୁ।
ଡିମେନସିଆ ରୋଗର ନିରାକରଣ (Remedy aginst Dimentia)
ନିଜକୁ ଶାରୀରିକ ଏବଂ ମାନସିକ ଭାବେ ସକ୍ରିୟ ରଖନ୍ତୁ।
ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତୁ।
(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ’ ସହିତ ଡାକ୍ତର ସମ୍ରାଟ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)
Note: A brief medical advice, in Odia language, on causes and treatment of dimentia based on the interview with Dr. Samrat Kar, psychiatrist Doctor.