ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

pregnancy in older age

ଶେଷ ତ୍ରୟମାସ ଗର୍ଭବତୀ ମାଆ  ଗର୍ଭସ୍ଥ ଶିଶୁ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଏହି ସମୟରେ ମା ଶରୀରର ପରିବର୍ତ୍ତନ ବାବଦରେ ଜାଣିବା  ନିରାପଦ ମାତୃତ୍ୱ ଲାଗି ପୂର୍ଣ୍ଣ ଯତ୍ନବାନ ହେବା

ସପ୍ତମ ମାସ

  • ଏ ସମୟରେ ଶିଶୁ ଶୀଘ୍ର ଶୀଘ୍ର ବଢ଼ିଯାଉଥିବାରୁ ଓଜନ ମଧ୍ୟ ବଢ଼ିଯାଇଥାଏ।
  • ଜରାୟୁ ବଢ଼ୁଥିବାରୁ ଶିଶୁର ଘୂର୍ଣ୍ଣନ ପିଞ୍ଜରାହାଡ଼ ପାଖରେ ଅନୁଭୂତ ହୋଇଥାଏ।
  • ଶୋଇବା ସ୍ଥାନରୁ ହଠାତ୍ ଉଠି ଯାଆନ୍ତୁ ନାହିଁ। କାରଣ ବେଳେବେଳେ ମୁଣ୍ଡ ବୁଲାଇ ଦେଇଥାଏ।
  • ବେଳେବେଳେ ଗୋଡ଼, ହାତ ଓ ମୁହଁ ଫୁଲିଯାଇଥାଏ। ଏହା ଗର୍ଭଧାରଣ ସମୟରେ ଅନ୍ତଃସ୍ରାବୀ ରସ ପାଇଁ ହୋଇଥାଏ। କିନ୍ତୁ ରକ୍ତଚାପ ପରୀକ୍ଷା ଜରୁରୀ।
  • ଜଣ ଜଣଙ୍କର ଅର୍ଶ ବଢ଼ିଯାଇ ଝାଡ଼ା ଫେରିବା ସମୟରେ କଷ୍ଟ ହୋଇଥାଏ।
  • ବେଳେବେଳେ ଥଣ୍ଡା ସମୟରେ ମଧ୍ୟ ଭୀଷଣ ଗରମ ଲାଗିଥାଏ।
  • ଅଳ୍ପ ପରିଶ୍ରମ କଲେ କ୍ଲାନ୍ତ ଲାଗିଥାଏ। ତେଣୁ ବିଶ୍ରାମ ନେବା ଜରୁରୀ।
  • ବେଳେବେଳେ ଗର୍ଭବତୀ ମହିଳାମାନେ ଆସନ୍ନ ପ୍ରସବ ବ୍ୟଥା, ପ୍ରସବ ଏବଂ ମାତୃତ୍ୱ ନେଇ ଆତଙ୍କିତ ହୋଇପଡ଼ନ୍ତି ଏବଂ ଏଇ ଆତଙ୍କ ତାକୁ ବ୍ୟତିବ୍ୟସ୍ତ କରିପକାଏ।

pregnancy check up

ଗର୍ଭର ସପ୍ତମ ମାସରେ ମା ଯତ୍ନ

  • ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ପାଖରେ ନିୟମିତ ପରୀକ୍ଷା କରାଇବା ଜରୁରୀ।

ଅଷ୍ଟମ ମାସ

  • ଏ ସମୟରେ ବର୍ଦ୍ଧିତ ଜରାୟୁର ଚାପରେ ଅଣନିଃଶ୍ୱାସୀ ଲାଗିଥାଏ। ତେଣୁ କାମ ମଝିରେ ବିଶ୍ରାମ ନେବା ଜରୁରୀ।
  • ପିଠିର ମାଂସପେଶୀ ଉପରେ ବର୍ଦ୍ଧିତ ଶିଶୁର ଚାପ ପଡ଼ିବା ଯୋଗୁଁ ଅଣ୍ଟାବ୍ୟଥା ହୋଇଥାଏ।
  • ଆରାମଦାୟକ ଶୈଳୀରେ ଶୋଇଲେ ଭଲ ନିଦ ହୋଇଥାଏ। କଡ଼ମାଡ଼ି, ଗୋଡ଼ ଉପରେ ଗୋଡ଼ ପକାଇ ଶୋଇଲେ ଭଲ ଲାଗିଥାଏ। ଦୁଇଗୋଡ଼ ମଝିରେ ତକିଆ ଦେଇ ଶୋଇଲେ ଗୋଡ଼କୁ ରକ୍ତ ଠିକ୍ ଭାବରେ ସଂଚାଳିତ ହୋଇଥାଏ ଏବଂ ଗୋଡ଼ ଓ ପାଦରୁ ଫୁଲାଫୁଲି ବା ଇଡିମା କମିଯାଏ।
  • ମୋଟ ଉପରେ ହାତ ବୁଲାଇଲେ ଶିଶୁର ଘୂର୍ଣ୍ଣନ ଅନୁଭବ କରିହୁଏ।
  • ଶିଶୁର ମୁଣ୍ଡ ପରିସ୍ରାଘର (ବ୍ଲାଡର) ଉପରେ ଚାପ ପକାଉଥିବାରୁ ଘନ ଘନ ପରିସ୍ରା ଲାଗିଥାଏ ଏବଂ ସାଦା ସ୍ରାବ ହୋଇଥାଏ।
  • ଏ ସମୟରେ ଝାଳ ବୋହିଥାଏ ଏବଂ ଶୀଘ୍ର କ୍ଲାନ୍ତ ଲାଗିଥାଏ।

ଗର୍ଭର ଅଷ୍ଟମ ମାସରେ ମା ଯତ୍ନ

  • ପ୍ରତି ଦୁଇ ସପ୍ତାହରେ ଗର୍ଭର ନିୟମିତ ଚେକ୍ଅପ୍ କରାନ୍ତୁ।
  • ଏକାଥରକେ ଅଳ୍ପ ଅଳ୍ପ ଖାଆନ୍ତୁ କିନ୍ତୁ ବେଶୀଥର ଖାଆନ୍ତୁ। ଲୌହସାର, କ୍ୟାଲ‌ସିୟମ୍ ଥିବା ଖାଦ୍ୟ ଖାଆନ୍ତୁ ଏବଂ ଅତିକମ୍‌ରେ ୮ ଗ୍ଲାସ ପାଣି ପିଅନ୍ତୁ।
  • ନିୟମିତ ପ୍ରାତଃଭ୍ରମଣ, ସାନ୍ଧ୍ୟଭ୍ରମଣ କରନ୍ତୁ ଏବଂ ହାଲୁକା ବ୍ୟାୟାମ କରନ୍ତୁ।