ଖାଦ୍ୟରୁ ମିଳୁଥିବା ଭିଟାମିନ ଆମ ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିଥାଏ। କିନ୍ତୁ ଏହି ଭିଟାମିନର ଅତ୍ୟଧିକ ସେବନ ମାନସିକ ଚାପ ଏବଂ ଅବସାଦର କାରଣ ହୋଇଥାଏ।

stressବିଭିନ୍ନ କାରଣରୁ ଆମ ମସ୍ତିଷ୍କ ଉପରେ ମାନସିକ ଚାପ ପଡ଼ିଥାଏ। ସେସବୁ କାରଣ ମଧ୍ୟରୁ ଖାଦ୍ୟରେ ଥିବା ଭିଟାମିନ କେତେକାଂଶରେ ଆମ ମସ୍ତିଷ୍କ ଉପରେ ମାନସିକ ଚାପ ପକାଇଥାଏ। କେତେକ ଭିଟାମିନର ଅତ୍ୟଧିକ ସେବନ ବ୍ୟକ୍ତିକୁ ଚାପଗ୍ରସ୍ତ କରିଦେଇଥାଏ।

କାର୍ବୋହାଇଡ୍ରେଟସ

ଭାତ, ଚୁଡ଼ା, ଗହମ ଆଦି ଶସ୍ୟ ଜାତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟସ ରହିଥାଏ ଯାହା ଶରୀରର ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କାର୍ବୋହାଇଡ୍ରେଟସ ମନୁଷ୍ୟର ମନ ଏବଂ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ।

stressକାର୍ବୋହାଇଡ୍ରେଟ ଭରପୂର ଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଇନସୁଲିନ ମୁକ୍ତ ହୋଇଥାଏ। ଇନସୁଲିନ ରକ୍ତ ଶର୍କରାକୁ କୋଷରେ ପ୍ରବେଶ କରିବାରେ ସାହାଯ୍ୟ କରିଥାଏ। ଯାହାଫଳରେ ଶରୀରରେ ଶକ୍ତି ତିଆରି ହେବା ସହ ମସ୍ତିଷ୍କରେ ଟ୍ରାଇପଟୋଫାନ ନାମକ ଆମିନୋ ଏସିଡ ପ୍ରବେଶ ହୋଇଥାଏ। ଏହି ଟ୍ରାଇପଟୋଫାନ ମସ୍ତିଷ୍କରେ ଥିବା ନ୍ୟୁରୋଟ୍ରାନ୍ସମିଟର ସ୍ତରକୁ ପ୍ରଭାବିତ କରିଥାଏ।

 

stressଖାଦ୍ୟରେ କମ ମାତ୍ରାର କାର୍ବୋହାଇଡ୍ରେଟ ମାନସିକ ଅବସାଦର କାରଣ ହୋଇଥାଏ। ଯେହେତୁ ମସ୍ତିଷ୍କରେ ଥିବା ରାସାୟନିକ ପଦାର୍ଥ ସେରୋଟୋନିନ ଏବଂ ଟ୍ରାଇପଟୋଫାନ କାର୍ବୋହାଇଡ୍ରେଟଯୁକ୍ତ ଖାଦ୍ୟରୁ ହିଁ ମିଳିଥାଏ। ମାତ୍ର ଏହି କାର୍ବୋହାଇଡ୍ରେଟ ଅଧିକ ହୋଇଗଲେ ମାନସିକ ଚାପ ପଡ଼ିଥାଏ।ତେଣୁ ଅଳ୍ପ ପରିମାଣରେ କାର୍ବୋହାଇଡ୍ରେଟସଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। କମ ଗ୍ଲାଇସେମିକ ଇଣ୍ଡେକ୍ସ ଖାଦ୍ୟ ଯେପରିକି କିଛି ଫଳ ଏବଂ ପନିପରିବା, ଶସ୍ୟ, ପାସ୍ତା ଇତ୍ୟାଦି ଖାଦ୍ୟ ମସ୍ତିଷ୍କ ଅବସାଦ, ମନୋବଳ ଏବଂ ଶକ୍ତି ସ୍ତରରେ ସାମାନ୍ୟ ପ୍ରଭାବ ପକାଇଥାଏ। ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଇବା ଫଳରେ ମାନସିକ ଅବସାଦ ବୃଦ୍ଧି ହୋଇଥାଏ।

ପ୍ରୋଟିନ

stressପ୍ରୋଟିନ ଆମିନୋ ଏସିଡ ଦ୍ୱାରା ଗଠିତ ଏବଂ ଶରୀରର କୋଷ ଗଠନରେ ସାହାଯ୍ୟ କରିଥାଏ। ଆମ ଶରୀରରେ ୧୨ଟି ଆମିନୋ ଏସିଡ ନିଜେ ତିଆରି ହୋଇଥାଆନ୍ତି ଏବଂ ଅବଶିଷ୍ଟ ୮ଟି ଆମିନୋ ଏସିଡ ବିଭିନ୍ନ ଖାଦ୍ୟ ମାଧ୍ୟମରେ ଶରୀର ଭିତରକୁ ଯାଇଥାଏ।

ଏକ ଉଚ୍ଚ ଗୁଣବତ୍ତା ପ୍ରୋଟିନ ଖାଦ୍ୟରେ ସମସ୍ତ ଜରୁରୀ ଆମିନୋ ଏସିଡ ଥାଏ। ମାଂସ, କ୍ଷୀର, ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ଏବଂ ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି। ବିନ୍ସ, ମଟର, ଏବଂ ଶସ୍ୟରେ ଉଦ୍ଭିଦ ଜାତୀୟ ପ୍ରୋଟିନ କମ ମାତ୍ରାରେ ମିଳିଥାଏ। ଅତ୍ୟଧିକ ପ୍ରୋଟିନ ଖାଦ୍ୟ ଖାଇଲେ ମସ୍ତିଷ୍କରେ ହେଉଥିବା ପ୍ରକ୍ରିୟା ଅସନ୍ତୁଳିତ ହୋଇଯାଏ। ଖାଦ୍ୟରେ ପ୍ରୋଟିନ ଗ୍ରହଣ ଏବଂ ଆମିନୋ ଏସିଡରେ ପରିବର୍ତ୍ତନ ମସ୍ତିଷ୍କର କାର୍ଯ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।

stressମସ୍ତିଷ୍କରେ ଥିବା ଅନେକ ନ୍ୟୁରୋଟ୍ରାନ୍ସମିଟର ଆମିନୋ ଏସିଡରୁ ତିଆରି ହୋଇଥାଆନ୍ତି। ନ୍ୟୁରୋଟ୍ରାନ୍ସମିଟର ଡୋପାମାଇନ ଆମିନୋ ଏସିଡ ଟାଇରୋସିନରୁ ଏବଂ ନ୍ୟୁରୋଟ୍ରାନ୍ସମିଟର ସେରୋଟୋନିନ ଟ୍ରାଇପଟୋଫାନରୁ ତିଆରି ହୋଇଥାଏ। ଯଦି ଏହି ଦୁଇଟି ଆମିନୋ ଏସିଡ ମଧ୍ୟରୁ କୌଣସି ଗୋଟିଏ ଏସିଡର ଅଭାବ ହୋଇଯାଏ, ତେବେ ସଂପୃକ୍ତ ନ୍ୟୁରୋଟ୍ରାନ୍ସମିଟର ଠିକ ଭାବରେ କାମ କରିନଥାଏ। ଯାହା ଫଳରେ ବ୍ୟକ୍ତି ଅତି ଶୀଘ୍ର ବିରକ୍ତି ହୋଇଯାଏ ଏବଂ ଚିନ୍ତାଗ୍ରସ୍ତ ହୋଇପଡ଼େ।

 

stressଶରୀରରେ ଅଧିକ ପରିମାଣରେ ଆମିନୋ ଏସିଡ ମସ୍ତିଷ୍କର କ୍ଷତି ଏବଂ ମାନସିକ ଅବସାଦର କାରଣ ହୋଇପାରେ। ମନେକର ଫେନିଲକେଟୋନୁରିଆ ନାମକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ଅତ୍ୟଧିକ ଫେନିଲାଲାନାଇନ ଏସିଡ ମସ୍ତିଷ୍କ ସ୍ୱାସ୍ଥ୍ୟରେ କ୍ଷତି ଏବଂ ମାନସିକ ଚାପର କାରଣ ହୋଇଥାଏ।

ଓମେଗା-୩-ଫ୍ୟାଟି ଏସିଡ

stressମସ୍ତିଷ୍କରେ ଅଧିକ ମାତ୍ରାରେ ଲିପିଡ କିମ୍ବା ଫ୍ୟାଟ ରହିଥାଏ। ମସ୍ତିଷ୍କ ଲିପିଡ ଏବଂ ମେମ୍ବ୍ରନ୍ର ଫ୍ୟାଟି ଏସିଡରେ ତିଆରି ହୋଇଛି। ମସ୍ତିଷ୍କର ସ୍ନାୟୁ କିମ୍ବା ଗ୍ରେ ମାଟରରେ ୫୦ ପ୍ରତିଶତ ଫ୍ୟାଟି ଏସିଡ ଥାଏ ଯାହାକି ପଲି-ଅନସାଚୁରେଟେଡ ହୋଇଥାଏ। ଏହି ଫ୍ୟାଟି ଏସିଡ ୩୩% ଓମେଗା-୩-ଫ୍ୟାଟି ଏସିଡରୁ ମିଳିଥାଏ। ତେଣୁ ଖାଦ୍ୟ ମାଧ୍ୟମରେ ଯୋଗାଇ ଓମେଗା ଫ୍ୟାଟି ଏସିଡ ଶରୀରକୁ ଯୋଗାଇ ଦିଆଯାଇଥାଏ। ମସ୍ତିଷ୍କର ଗଠନ ଏବଂ କାର୍ଯ୍ୟ ଉପରେ ଓମେଗା-୩-ଫ୍ୟାଟି ଏସିଡ ବିଶେଷ ଭାବରେ ଆଲଫା-ଲିନୋଲେନିକ ଏସିଡ ପ୍ରଭାବ ପକାଇଥାଏ। ଖାଦ୍ୟ ଏବଂ ଔଷଧରେ ଥିବା ପ୍ଲାଜମା କୋଲେଷ୍ଟ୍ରୋଲ ହ୍ରାସ କରିବା ସହ ମାନସିକ ଅବସାଦ ବୃଦ୍ଧି କରାଏ।

stressକେତେକ ଔଷଧରେ ଓମେଗା-୬ ଏବଂ ଓମେଗା-୩ ଫ୍ୟାଟି ଏସିଡ ରହିଛି। ସେସବୁ ଔଷଧର ଅଧିକ ସେବନ ଫଳରେ ମାନସିକ ଅବସାଦ ବୃଦ୍ଧି ହୋଇଥାଏ। ଏଥିରେ ଥିବା ଫ୍ୟାଟି ଏସିଡ ମସ୍ତିଷ୍କ ସେରମ ଲିପିଡ ଏବଂ କୋଷର ମେମ୍ବ୍ରନରେ ବାୟୋକେମିକାଲ ଏବଂ ବାୟୋଫିଜିକାଲ ଗୁଣକୁ ପରିବର୍ତ୍ତନ କରିଦେଇଥାଏ। ଫଳରେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ବସିଥାଏ।

ଭିଟାମିନ

ବି-କମ୍ପଲେକ୍ସ ଭିଟାମିନ

stressଭିଟାମିନ ବ-୨ ଏବଂ ବି-୬ ମସ୍ତିଷ୍କ ଅବସାଦର କାରଣ ହୋଇଥାଏ।

ଭିଟାମିନ ବି-୧୨ (ସିନୋକୋବାଲାମିନ)

ଭିଟାମିନ ବି-୧୨ ଅଭାବରୁ ଡିମେନ୍ସିଆ ବା ରକ୍ତହୀନତା ଦେଖାଯାଏ। ଭିଟାମିନ ବି ୧୨ କୋବାଲାମିନ ଯୋଗୁଁ ବୃଦ୍ଧାବସ୍ଥାରେ ଭୁଲା ରୋଗ ଦେଖାଯାଏ। କୋବାଲମିନ ଫ୍ରଣ୍ଟାଲ ଲୋବକୁ କ୍ଷତି ପହଞ୍ଚାଉଥିବା କାରକ ସହ ମିଶି ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ଫଳରେ ବ୍ୟକ୍ତି ଚିଡ଼ଚିଡ଼ା ପ୍ରକୃତିର ହୋଇଯାଏ ଯାହାକି ପରେ ମାନସିକ ବିକୃତିର କାରଣ ହୋଇଥାଏ।

stress

ଫୋଲେଟ

ଡିପ୍ରେସନରେ ପୀଡ଼ିତ ରୋଗୀମାନଙ୍କ ରକ୍ତରେ ନିମ୍ନ ଫାଲେଟ ସ୍ତର ଦେଖିବାକୁ ମିଳିଥାଏ। ନିମ୍ନ ସ୍ତରର ଫୋଲେଟ ସ୍ନାୟୁ ଉପରରେ ପ୍ରଭାବ ପକାଇଥାଏ।

କ୍ରୋମିୟମ

stressକ୍ରୋମିୟମ ଯୋଗୁଁ ମସ୍ତିଷ୍କରେ ମାଇକ୍ରୋନ୍ୟୁଟ୍ରିଏଣ୍ଟ ବୃଦ୍ଧି ହୋଇଥାଏ। ସେହି କାରଣରୁ ମସ୍ତିଷ୍କ ସଠିକ ଭାବେ କାମ କରିପାରେ ନାହିଁ। ଫଳରେ ମାନସିକ ଅବସାଦ ସୃଷ୍ଟି ହୋଇଥାଏ।

ଆୟୋଡିନ

stressମାନସିକ ସ୍ୱାସ୍ଥ୍ୟରେ ଆୟୋଡିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଥାଇରଏଡ ହରମୋନ ଦ୍ୱାରା ପ୍ରଦାନ କରାଯାଇଥିବା ଆୟୋଡିନ ମସ୍ତିଷ୍କ କୋଷଗୁଡ଼ିକର ମେଟାବୋଲିଜିମକୁ ନିୟନ୍ତ୍ରଣ କରିଥାଏ। ଗର୍ଭାବସ୍ଥାରେ  ଅତ୍ୟଧିକ ଆୟୋଡିନ ଯୋଗୁଁ ମସ୍ତିଷ୍କରେ ସମସ୍ୟା ଦେଖାଦେଇଥାଏ।

ଲୌହ

stressମସ୍ତିଷ୍କରେ ଅମ୍ଳଜାନକରଣ, ନ୍ୟୁରୋଟ୍ରାନ୍ସମିଟର ଏବଂ ମାଇଲିନର ସିନ୍ଥେସିସ ପାଇଁ ଲୌହ ଆବଶ୍ୟକ। ହାଇପରାକ୍ଟିଭିଟିରେ ପୀଡ଼ିତ ପିଲାମାନଙ୍କ ନିକଟରେ ଲୌହର ଅଭାବ ଦେଖାଯାଏ। ମସ୍ତିଷ୍କରେ ଲୌହର ଅଭାବ ହେତୁ ଅନେକ ସମସ୍ୟା ଦେଖାଦେଇଥାଏ। ପୁରୁଷଙ୍କ ତୁଳନାରେ ଦୁଇଗୁଣ ମହିଳା କ୍ଲିନିକାଲ ଡିପ୍ରେସନରେ ଶିକାର ହୋଇଥାଆନ୍ତି। କିନ୍ତୁ ଖାଦ୍ୟରେ ଅଧିକ ଲୌହ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ।