ପ୍ରସବ ପରେ ମା’ମାନେ ଛୁଆର ଯତ୍ନ ନେବାରେ ହିଁ ଅଧିକ ସମୟ ନେଇଥା’ନ୍ତି।। ତ୍ୱଚାର ଯତ୍ନ ନେବାକୁ ଯଥେଷ୍ଟ ସମୟ ମିଳି ନଥାଏ। ଏମିତିରେ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଚମକ ରହେ ନାହିଁ। କଳାଦାଗ ଆଉ ବ୍ରଣ ଭଳି ବିଭିନ୍ନ ତ୍ୱଚା ସମସ୍ୟା ଦେଖାଦିଏ। ଏଥିପାଇଁ ନିଜ ପାଇଁ ୧୦ ମିନିଟ୍‌ ସମୟ ବାହାର କରନ୍ତୁ। ଘରେ ହିଁ ନିଜର ତ୍ୱଚାର ଯତ୍ନ ନିଅନ୍ତୁ।

ପ୍ରତିଦିନ କଞ୍ଚା କ୍ଷୀରରେ ମୁହଁ ପୋଛନ୍ତୁ। ଏହା ଏକ ପ୍ରାକୃତିକ କ୍ଲିଞ୍ଜର୍। ଏହାଛଡ଼ା କଞ୍ଚା କ୍ଷୀରରେ ମୁଲତାନି ମାଟି ମିଶାଇ ବି ଲଗାଇ ପାରିବେ। ଏହା ମୁହଁକୁ ଭଲରେ ସଫା କରେ। ଏହାକୁ ଲଗାଇବା ଫଳରେ କଳାଦାଗ ମଧ୍ୟ ଦୂର ହୋଇଥାଏ। ଚେହେରା ପ୍ରାକୃତିକ ମଇଶ୍ଚରାଇଜ୍ ଯୋଗାଇବ।

ମୁଲତାନି ମାଟିରେ ପାଚିଲା ଅମୃତଭଣ୍ଡା, କମଳା ରସ କିମ୍ବା କମଳାଚୋପା ଗୁଣ୍ଡ, କଞ୍ଚା କ୍ଷୀର ମିଶାଇ ଲଗାନ୍ତୁ। କଞ୍ଚା ଅମୃତଭଣ୍ଡା କ୍ଷୀର ବି ସିଧାସଳଖ ତ୍ୱଚାରେ ଲଗାଇପାରିବେ।

SwasthyaPlus

ତ୍ଵଚାକୁ ନମନୀୟ କରିବା ପାଇଁ ମୁହଁ ଓ ଦେହରେ ନଡ଼ିଆ ତେଲ ତଥା ଅଲିଭ୍ ଅଏଲ୍ ମାଲିସ୍ କରିପାରିବେ।

ସବୁଜ ପନିପରିବା ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଖାଦ୍ୟରେ ଗଜାମୁଗକୁ ସାମିଲ କରନ୍ତୁ। ଏହା ଅପାଣଙ୍କ କେଶ ଓ ତ୍ଵଚାକୁ ସୁସ୍ଥ ରଖିବ।