କେବେ କେବେ ଆପଣଙ୍କର ଗୋଟିଏ ପାଖ ମୁଣ୍ଡ ଯନ୍ତ୍ରଣା ହୋଇଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ମାଇଗ୍ରେନ କୁହାଯାଏ। ଆଞ୍ଚଳିକ ଭାବେ ଏହା ଅଧକପାଳି ଭାବେ ବେଶ ଜଣାଶୁଣା।

migraine swasthya plusମାଇଗ୍ରେନ ବା ଅଧକପାଳି ଅଧିକାଂଶ ଲୋକଙ୍କ ଠାରେ ଦେଖାଯାଇଥାଏ। ମାଇଗ୍ରେନ ହେବା ଦ୍ୱାରା ମୁଣ୍ଡରେ ବ୍ୟଥା ଅନୁଭୂତ ହୋଇଥାଏ। ଏହି ବ୍ୟଥା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ। ମାଇଗ୍ରେନ ଜନିତ ସମସ୍ୟା ହେବା ଦ୍ୱାରା ମସ୍ତିଷ୍କରେ ପ୍ରଭାବ ପଡ଼ିଥାଏ ଏବଂ ଏହି ବ୍ୟଥା ମସ୍ତିଷ୍କର ଗୋଟିଏ ପାର୍ଶ୍ଵ ଅର୍ଥାତ ଅଧା ଅଂଶରେ ହିଁ ହୋଇଥାଏ। ଅନେକ ଲୋକଙ୍କ ନିକଟରେ ଏହି ବ୍ୟଥା ଲଗାତାର ୩ ଦିନ ପର୍ଯ୍ୟନ୍ତ ରହିଥାଏ।

ମାଇଗ୍ରେନ ହେବାର କାରଣ (Causes of migraine in odia)

ମାଇଗ୍ରେନ ହେବାର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ବିଭିନ୍ନ ଶାରୀରିକ ଏବଂ ମାନସିକ କାରକ ମାଇଗ୍ରେନ ହେବା ପାଇଁ ଦାୟୀ।

ବ୍ୟକ୍ତି ମାନସିକ ଅବସାଦ ଏବଂ ଦୁଶ୍ଚିନ୍ତାରେ ରହିଲେ ମାଇଗ୍ରେନ ହୋଇଥାଏ।

ଅଧିକ ସମୟ ଭୋକରେ ରହିଲେ ମଧ୍ୟ ଅଧକପାଳି ଯନ୍ତ୍ରଣା ହୋଇଥାଏ।

ଅତ୍ୟଧିକ ଥକ୍କାପଣ ମାଇଗ୍ରେନର ପ୍ରମୁଖ କାରଣ।

ମହିଳାମାନଙ୍କ ଋତୁସ୍ରାବ ସମୟରେ ଅଧକପାଳି ବିନ୍ଧା ହୋଇଥାଏ।

ମେନପୋଜ ପରେ ଏହି ସମସ୍ୟା ଦେଖା ଯାଇଥାଏ।

ଅନେକ ସମୟରେ ଶରୀରରେ ହରମୋନର ପରିବର୍ତ୍ତନ ଯୋଗୁଁ ମାଇଗ୍ରେନ ହୋଇଥାଏ।

କମ ଖାଇବା କାରଣରୁ କିମ୍ବା ଡାଏଟିଙ୍ଗ ମାଇଗ୍ରେନର କାରଣ ହୋଇଥାଏ।

ବିଳମ୍ବରେ ବା ଅସମୟରେ ଖାଦ୍ୟ ଖାଇବା ଯୋଗୁଁ ମୁଣ୍ଡ ବିନ୍ଧିଥାଏ।

ଅତ୍ୟଧିକ ମଦ୍ୟପାନ ଏବଂ ଧୂମ୍ରପାନ ଯୋଗୁଁ ମାଇଗ୍ରେନ ହେବାର ଆଶଙ୍କା ରହିଛି।

ପ୍ରଚୁର ଟାଇରାମିନ ଯୁକ୍ତ ଖାଦ୍ୟ ଯେପରିକି ମାଛ, ମାଂସ ଯୋଗୁଁ ମାଇଗ୍ରେନ ହୋଇଥାଏ।

ଅଧିକ ଚା’ ଏବଂ କଫି ପିଇବା ଫଳରେ ଅଧକପାଳି ବ୍ୟଥା ହୋଇଥାଏ।

ଚକୋଲେଟ, ଛେନା ଏବଂ ଖଟା ଜାତୀୟ ଖାଦ୍ୟ ଖାଇବା ଦ୍ବାରା ମୁଣ୍ଡ ଯନ୍ତ୍ରଣା ହୁଏ।

migraine swasthya plusଅଧିକ ପଢ଼ନ୍ତୁ: ବ୍ରେନ୍‌ ଟ୍ୟୁମର ଲକ୍ଷଣ ସମ୍ପର୍କରେ ଜାଣିଲେ ସିନା ଜିଣିବା

ମାଇଗ୍ରେନ ହେବାର କେତେକ ପରିବେଶ କାରକ ବାବଦରେ ଜାଣନ୍ତୁ।

ଅତ୍ୟଧିକ ଆଲୋକ ଦ୍ବାରା ଉଭୟ ମୁଣ୍ଡ ଏବଂ ଆଖିରେ କଷ୍ଟ ଅନୁଭବ ହୋଇଥାଏ।

ଅଧିକ ସମୟ ପର୍ଯ୍ୟନ୍ତ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିଲେ ଗୋଟେ ପାଖ ମୁଣ୍ଡ ବିନ୍ଧିଥାଏ।

ଅତ୍ୟଧିକ ଗହଳି ସ୍ଥାନ ବେଳେ ବେଳେ ମାଇଗ୍ରେନ ହେବାର କାରଣ ହୋଇଥାଏ।

ପାଗରେ ପରିବର୍ତ୍ତନ ହେଲେ ମାଇଗ୍ରେନ ସମସ୍ୟା ଦେଖାଦେଇଥାଏ।

ଅଧିକ ସମୟ କମ୍ପ୍ୟୁଟର କିମ୍ବା ଫୋନର ବ୍ୟବହାର ଯୋଗୁଁ ମାଇଗ୍ରେନ ହେବାର ଆଶଙ୍କା ରହିଛି।

ମାଇଗ୍ରେନର ଲକ୍ଷଣ (Symptoms of migraine in odia)

ମୁଣ୍ଡର ଗୋଟିଏ ପାଖ ବ୍ୟଥା ହୋଇଥାଏ।

ଶରୀର ଦୁର୍ବଳ ହୋଇଯିବା ପରି ଅନୁଭବ ହୋଇଥାଏ।

ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ।

migraine swasthya plusଅଧିକ ପଢ଼ନ୍ତୁ: ଜାଣନ୍ତୁ, ମାଇଗ୍ରେନ୍‌ ହେବାର କାରଣ ଓ ପ୍ରତିକାର

ବାନ୍ତି ହୋଇଥାଏ।

କୌଣସି କାମରେ ମନ ଲାଗେ ନାହିଁ।

ଶରୀରରୁ ପ୍ରବଳ ଝାଳ ବାହାରି ଥାଏ।

ପେଟ ଏବଂ ଛାତି ଯନ୍ତ୍ରଣା ହୋଇଥାଏ।

ମାଇଗ୍ରେନର ଚିକିତ୍ସା (Treatment of migraine in odia)

ମାଇଗ୍ରେନର ଚିକିତ୍ସା ଜଟିଳ ଚିକିତ୍ସା ନୁହେଁ। ଏଥିରୁ ଉପଶମ ପାଇଁ ପାରାସିଟାମଲ ଏବଂ ଅସ୍ପାରିନ ଭଳି ଔଷଧ ଖାଇବାକୁ ଦିଆଯାଇଥାଏ। ଅଧିକ ଯନ୍ତ୍ରଣା ହେଉଥିଲେ ରୋଗୀକୁ ଟ୍ରିପ୍ଟାନସ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ନିରାକରଣ (Prevention of migraine in odia)

ମାନସିକ ଚାପ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ୟାକେଟ ଖାଦ୍ୟ, ଛଣାଛଣି ଖାଦ୍ୟ ଏବଂ ଫାଷ୍ଟଫୁଡ ଖାଆନ୍ତୁ ନାହିଁ।

କଫି, ଥଣ୍ଡା ପାନୀୟ ଓ ମଦ୍ୟପାନ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।

ମହିଳାଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ହେଲେ ମଧ୍ୟ ମାଇଗ୍ରେନ ଜନିତ ସମସ୍ୟା ବଢ଼ିଥାଏ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ।

sleep

ଅଧିକ ପଢ଼ନ୍ତୁ: ମୁଣ୍ଡବିନ୍ଧା ହେଉଛି କି? ଜାଣନ୍ତୁ ଏହାର କିଛି ସହଜ ଚିକିତ୍ସା ବିଷୟରେ

ଶୋଇବା ପାଇଁ ନିର୍ଦ୍ଧିଷ୍ଟ ସମୟ ସ୍ଥିର କରନ୍ତୁ। ରାତିରେ ୮ରୁ ୧୦ ଘଣ୍ଟା ଶୁଅନ୍ତୁ।

ପାଣିପାଗର ପରିବର୍ତ୍ତନରେ ମାଇଗ୍ରେନ ସମସ୍ୟା ହୋଇଥାଏ। ସେଥିପାଇଁ ଅଧିକ ସଚେତନ ରହନ୍ତୁ।

ଅଧିକ ଆଲୋକିତ ଏବଂ ଶବ୍ଦ ହେଉଥିବା ସ୍ଥାନକୁ ଯାଆନ୍ତୁ ନାହିଁ।

ଠିକ୍ ସମୟରେ ଖାଆନ୍ତୁ ଏବଂ ଆଦୌ ଉପବାସ କରନ୍ତୁ ନାହିଁ।

କେଉଁ କାରଣରୁ ଆପଣଙ୍କ ମୁଣ୍ଡ ବିନ୍ଧୁଛି ତାହା ଜାଣନ୍ତୁ ଏବଂ ସେସବୁରୁ ଦୂରେଇ ରୁହନ୍ତୁ।

ପ୍ରତିଦିନ କିଛି ସମୟ ବ୍ୟାୟାମ,ଯୋଗ ଏବଂ ପ୍ରାଣାୟମ କରନ୍ତୁ।